ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା, ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର – ଆଜି ରାଜଧାନୀ ସମେତ ବିଭିନ୍ନ ସହରରେ ପ୍ରବଳ ବର୍ଷା ହୋଇଛି । ସକାଳ ସାଢ଼େ ୮ ରୁ ସାଢ଼େ ୧୧ ଯାଏଁ ଭୁବନେଶ୍ୱର,କଟକ ଓ ପୁରୀରେ ପ୍ରବଳ ବର୍ଷା ହୋଇଥିବାରୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ପୁରୀରେ ୮୭, ଭୁବନେଶ୍ବର ୨୪.୬, ପାରାଦୀପରେ ୧୫, ଚାନ୍ଦବାଲିରେ ୧୫, ବାଲେଶ୍ବରରେ ୧୩, ଗୋପାଳପୁରରେ ୬ ମିମି ବର୍ଷା ହୋଇଥିବା ସୂଚନା ମିଳିଛି।

ଏଣେ ସକ୍ରିୟ ଘୂର୍ଣ୍ଣିବଳୟ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଘୂର୍ଣ୍ଣିବଳୟ ଏବେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବ। ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ।

Comments are closed.