ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥

ବସହିଂ ତହାଁ ମୁନି ସିଦ୍ଧ ସମାଜା ।
ତହଁ ହିୟଁ ହରଷି ଚଲେଉ ମନୁ ରାଜା ॥
ପଂଥ ଜାତ ସୋହହିଂ ମତିଧୀରା ।
ଗ୍ୟାନ ଭଗତି ଜନୁ ଧରେଂ ସରୀରା ॥

ଭାବାର୍ଥ :- ସେହି ନୈମିଷାରଣ୍ୟ ରେ ଅନେକ ମୁନିଗଣ ଆଉ ଅନେକ ସିଦ୍ଧ ପୁରୁଷଙ୍କ ନିବାସ ରହିଛି । ମହାରାଜ ମନୁ – ହୃଦୟରେ ଆନନ୍ଦିତ ହୋଇ ସେଠାକୁ ଚାଲିଲେ । ଅତ୍ୟନ୍ତ ଧୀର ବୁଦ୍ଧି ସମ୍ପର୍ଣ୍ଣ ରାଜା ମନୁ ଆଉ ସାଥିରେ ତାଙ୍କର ଧର୍ମପତ୍ନୀ ରାସ୍ତାରେ ଯାଉଥିବା ସମୟରେ ଏପରି ସୁଶୋଭିତ ହେଉଥିଲେ ସତେ ଯେପରି ଜ୍ଞାନ ଆଉ ଭକ୍ତି ସାକ୍ଷାତ୍ ଜୀବନ୍ତ ଶରୀର ଧାରଣକରି ରାସ୍ତାରେ ଚାଲି ଯାଉଛନ୍ତି ।

Comments are closed.