ରାଜ୍ୟରେ ଆଉ ୬୫୨ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ କମିବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୫୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୮୧ ଓ ସ୍ଥାନୀୟ ଅଞ୍ଚଳରୁ ୨୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୧୩୨ ଜଣ ହେଉଛନ୍ତି ୧୮ ବର୍ଷରୁ କମ ବୟସ୍କ।

ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ଵରରୁ ୬ , ବରଗଡ଼ରୁ ୪୬ , ଭଦ୍ରକରୁ ୧ , ବଲାଙ୍ଗୀରରୁ ୪୭, ବୈ।ଦ୍ଧରୁ ୩ , କଟକରୁ ୧୪ , ଦେବଗଡରୁ ୭ , ଢେଙ୍କାନାଳରୁ ୩, ଗଜପତିରୁ ୬ , ଗଞ୍ଜାମରୁ ୧, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୩୬,କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୭୦, କୋରାପୁଟରୁ ୧୧, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୪୩ ,ନବରଙ୍ଗପୁରରୁ ୩୪ , ନୟାଗଡ଼ରୁ ୧୮ , ନୂଆପଡ଼ାରୁ ୧୬ , ପୁରୀରୁ ୭ , ରାୟଗଡ଼ାରୁ ୧୫, ସମ୍ବଲପୁରରୁ ୫୮ , ସୋନପୁରରୁ ୨୧ , ସୁନ୍ଦରଗଡ଼ରୁ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୧୫ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ସକ୍ରିୟ ମାମଲା ୫ ହଜାର ୭୯୮ ରହିଛି।

Comments are closed.