ମିଳିତ ଭାବେ ବିକାଶ ପାଇଁ କାର୍ଯ୍ୟ କରିବା ଆବଶ୍ୟକ: କେନ୍ଦ୍ର ଗୃହମନ୍ତ୍ରୀ

କଟକ – କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଆ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରର ୭୫ତମ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ଏହାର ପ୍ରତିଷ୍ଠାତା ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ମନେ ପକାଇବା ସହ ସ୍ବାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ବର୍ଣ୍ଣନା କରିଥିଲେ । ଏଥିସହ ପ୍ରଜାତନ୍ତ୍ରର ଗୁରୁତ୍ବ ଉପରେ ମଧ୍ୟ କହିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ।

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି ଯେ,ଏବେ ଏକାଠି ମିଶି ବିକାଶ ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ଓଡ଼ିଶା ମାଟିରେ ଜନ୍ମ ହୋଇଥିବା ଦ୍ରୌପଦୀ ମୁର୍ମୁ ଆଜି ଦେଶର ମହାମହିମ ରାଷ୍ଟ୍ରପତି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ହୋଇଛନ୍ତି । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଓଡିଶାର । ରେଳବାଇ ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ମଧ୍ୟ ଓଡିଶାରୁ ରହିଛନ୍ତି । ଏହା ବେଶ ଗର୍ବର କଥା ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି।

Comments are closed.