ଜୟନ୍ତୀରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ହେଉଛି ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ତଥା ସାରସ୍ୱତ ସାଧକ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ । ଏହି ଅବସରରେ ସ୍ୱଭାବ କବିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟ ମନ୍ତ୍ରୀ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ, କବି ଗଙ୍ଗାଧରଙ୍କ ରଚିତ ‘ଇନ୍ଦୁମତୀ’, ‘ତପସ୍ଵିନୀ’,’ପ୍ରଣୟବଲ୍ଲରୀ’ ଭଳି ସୃଜନସୃଷ୍ଟି ଓଡ଼ିଆ ସାହିତ୍ୟର ଅନନ୍ୟ ବିଭବ। ସମାଜ ସଂସ୍କାର ସହ ଓଡ଼ିଆ ସାହିତ୍ୟର ପ୍ରସାର କ୍ଷେତ୍ରରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.