ଆସନ୍ତା ୧୧ରୁ ଯୁକ୍ତ ୩ରେ ନାମଲେଖା ଆବେଦନ

ଭୁବନେଶ୍ୱର – ଚଳିତମାସ ୧୧ ତାରିଖରୁ ଯୁକ୍ତ ୩ରେ ନାମ ଲେଖାଇବା ପାଇଁ ଆବେଦନ ଆରମ୍ଭ ହେବ । ଉଚ୍ଚ ଶିକ୍ଷା ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଛାତ୍ରଛାତ୍ରୀମାନେ ଅଗଷ୍ଟ ୧୧ରୁ ସାମ୍ସ ପୋର୍ଟାଲ ଜରିଆରେ ଆବେଦନ କରିପାରିବେ। ୧୧ ତାରିଖ ଦିନ ୧୧ଟା ଠାରୁ www.samsodisha. gov. in ରେ ଅନ୍‌ଲାଇନ୍ ଆବେଦନ ଫର୍ମ ଉପଲବ୍ଧ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ଅଗଷ୍ଟ ୨୫। ଅଗଷ୍ଟ ୨୫ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।

ଅଗଷ୍ଟ ୩୧ ତାରିଖରେ ପ୍ରଥମ ମେରିଟ୍ ଲିଷ୍ଟ୍ ଜାରି କରାଯିବ । ପ୍ରଥମ ମେରିଟ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୨ରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହା ପରେ ସେପ୍ଟେମ୍ବର ୧୧ରେ ୨ୟ ମେରିଟ ଲିଷ୍ଟ ପ୍ରକାଶ ପାଇବ। ଏଥିରେ ଯେଉଁ ଛାତ୍ରଛାତ୍ରୀଙ୍କ ନାଁ ଥିବ ସେମାନଙ୍କ ନାମଲେଖା ସେପ୍ଟେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସିଟ୍ ଖାଲି ପଡ଼ିଲେ ସେପ୍ଟେମ୍ବର ୧୬ ତାରିଖରେ ସେ ସଂପର୍କିତ ସୂଚନା ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ ।

Comments are closed.