ରାଜଧାନୀର ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ

ଭୁବନେଶ୍ୱର: ବୃଦ୍ଧି ପାଉଛି ରାଜଧାନୀର ଜନସଂଖ୍ୟା । ଗାଡ଼ି ମୋଟର ସଂଖ୍ୟାରେ ମଧ୍ୟ୍ୟ ବୃଦ୍ଧି ଘଟୁଛି । ଏହା ଦ୍ୱାରା ସହରରେ ଟ୍ରାଫିକ୍ ନିୟନ୍ତ୍ରଣ ଏକ ମୁଖ୍ୟ ସମସ୍ୟା ହୋଇଛି ।

ଭୁବନେଶ୍ୱର ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ ଆଜି ବଡି ଭୋରରୁ ଶିଶୁ ଭବନ ଛକ , ରବି ଟକିଜ ଛକ, କଳ୍ପନା ଛକ, ବେହେରା ସାହି ଛକ, ରସୁଲଗଡ ଛକ, ଓ ଆଇଗିଣିଆ ଛକ ଆଦି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ପ୍ରଶାସନ ଏବଂ ପୋଲିସର ବରିଷ୍ଠ ଅଧିକାରୀଙ୍କ ସହ ଟ୍ରାଫିକ ବ୍ୟବସ୍ଥାରେ ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ପରିଦର୍ଶନ ସମୟରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ତ୍ତ ସଚିବ ଭି ଭି ଯାଦବ, ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.