ବଂଶଧାରାକୁ ଛାଡି ରାଜ୍ୟର ଅନ୍ୟ ସବୁ ନଦୀ ବିପଦ ସଙ୍କେତ ତଳେ : ଜଳସଂପଦ ମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସବୁ ନଦୀର ଜଳ । କେବଳ ବଂଶଧାରା ନଦୀ ବିପଦ ସଙ୍କେତର ସାମାନ୍ୟ ଉପରେ ରହିଛି ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,’ଖଇରମାଳରୁ ମହାନଦୀ ଯାଏଁ ସବୁ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ଅଛୀ। ଉପକୂଳ ଓଡ଼ିଶାରେ ବନ୍ୟା ଭୟ ସବୁବେଳେ ଥାଏ ବୋଲି କହିଛନ୍ତି ଜଳ ସଂପଦ ମନ୍ତ୍ରୀ।

ଜଳସମ୍ପଦ ବିଭାଗ ସବୁବେଳେ ସଜାଗ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଜିରୋ କାଜୁଆଲ୍ଟିକୁ ଗୁରୁତ୍ଵ ଦିଅନ୍ତି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

Comments are closed.