ବ୍ୟବସାୟୀଙ୍କୁ ଲୁଟ ଘଟଣାରେ ଦୁଇ ଅଭିଯୁକ୍ତ ବିରଫ

ବରଗଡ଼: ବହୁ ଅପରାଧରେ ଜଡ଼ିତ ଦୁଇ ଜଣ କୁଖ୍ୟାତ ଡକାୟତକୁ ଧରିବାରେ ସଫଳ ହେଲେ ସଦର ଥାନା ପୋଲିସ। ସେମାନଙ୍କ ଠାରୁ ନଗଦ ୪ ହଜାର ୭ ଶହ ଟଙ୍କା ଓ ଏକ ମୋଟର ସାଇକେଲ ଜବତ କରାଯାଇଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ କୁମାର ମିଶ୍ର ସୂଚନା ଦେଇଥିଲେ ।

ସୂଚନା ମତେ ଉକ୍ତ ଡକାୟତ ବରଗଡ଼ ଡେମ୍ କଲୋନୀର ବବଲୁ ଖାନ୍ ଓ କଟାପାଲି ଗାଁର ଦିଲିପ୍ ସାହୁ ଗତ ଜୁନ ୨୨ ତାରିଖରେ ଏକାମ୍ର ଛକ ଠାରେ ଦୁଇ ଜଣ କପଡା ବ୍ୟବସାୟୀ ବିନାୟକ ମେହେର ଓ ନାଥ ମେହେରଙ୍କୁ ମାଡ଼ ମାରିବା ସହ ୨୫ ହଜାର ଟଙ୍କା ଲୁଟି ନେଇଥିଲେ। ଏ ସଂପର୍କରେ ସଦର ଥାନାରେ ଅଭିଯୋଗ ହେବା ପରେ ଏକ ସ୍ବତନ୍ତ୍ର ସ୍କ୍ୱାର୍ଡ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ପୂର୍ବରୁ ଏ ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏହି କେଶରେ ସଂପୃକ୍ତ ଆଉ ଦୁଇ ଜଣକୁ ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ପ୍ରଦ୍ୟୁମ୍ନ ମିଶ୍ର କହିଛନ୍ତି ।

Comments are closed.