ଆୟକର ଫାଙ୍କୁଥିଲେ ଷ୍ଟିଲ ବ୍ୟବସାୟୀ, ଚଢ଼ାଉ ପରେ ୩୯୦ କୋଟିର ବେନାମୀ ସଂପତ୍ତି ଜବତ

ମୁମ୍ବାଇ – ଷ୍ଟିଲ କମ୍ପାନୀ ମାଲିକଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା । ଥାକ ମରା ହୋଇ ରହିଛି ଳଟଙ୍କା ବିଡା । ଏତେ ପରିମାଣର ଟଙ୍କା ବିଡା ଦେଖି ତାଜୁବ ଆୟକର ଅଧିକାରୀ । ମହାରାଷ୍ଟ୍ର ଜଲନାରେ ଜଣେ ଷ୍ଟିଲ କମ୍ପାନୀ ମାଲିକଙ୍କ ଘର ଓ କାରଖାନାରେ ଆୟକର ବିଭାଗ ଚଢାଉ କରିଥିଲା । ଚଢାଉରେ ୫୮ କୋଟି ନଗଦ ଟଙ୍କା, ୩୨ କିଲୋ ସୁନା ଜବତ ହୋଇଛି । ଜବତ ଟଙ୍କା ଗଣିବାକୁ ଆୟକର ବିଭାଗକୁ ଲାଗି ଥିଲା ୧୩ ଘଣ୍ଟାରୁ ଅଧିକ ସମୟ । ଜବତ ହୋଇଛି ମୋଟ ୩୯୦ କୋଟି ଟଙ୍କାର ବେନାମୀ ସମ୍ପତ୍ତି । ଜବତ ସମ୍ପତ୍ତି ମଧ୍ୟରେ ରହିଛି ୧୬ କୋଟିର ହୀରା ଅଳଙ୍କାର ।ଏହା ସହ ଜେମଷ୍ଟୋନ ମଧ୍ୟ ରହିଛି । କିଛି ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ମଧ୍ୟ ଜବତ କରିଛି ଆୟକର ବିଭାଗ । ଏତେ ପରିଣାର ସମ୍ପତ୍ତି କେଉଁଠୁ ଆସିଲା ତାର ଖୋଳତାଡ ଜାରି ରହିଛି ।

ବ୍ୟବସାୟୀ ଜଣକ ଷ୍ଟିଲ, କପଡ଼ା ଓ ରିୟଲ ଇଷ୍ଟେଟ ବ୍ୟବସାୟ କରନ୍ତି। ଅଗଷ୍ଟ ୧ରୁ ୮ ଯାଏ ଆୟକର ବିଭାଗ ଚଢାଉ କରିଥିଲା। ମିଳିଥିବା ସୂଚନା ଅନୁଯାୟୀ, ଆୟକର ବିଭାଗର ନାସିକ ଶାଖା ପକ୍ଷରୁ ଏହି ରେଡ୍ କରାଯାଇଥିଲା। ଜଲନା ଓ ଔରଙ୍ଗାବାଦରେ ଥିବା ବ୍ୟବସାୟୀଙ୍କ ଅଫିସ, ଫ୍ୟାକ୍ଟ୍ରୀ ଓ ଘରେ ଏକାକାଳୀନ ଅଧିକାରୀମାନେ ଚଢ଼ଉ କରିଥିଲେ। ଏହି ସମୟରେ ବ୍ୟବସାୟୀଙ୍କ ଘରୁ ନଗଦ ୫୮ କୋଟି ଟଙ୍କା ମିଳିଛି। ୫୦୦ ଓ ୨ହଜାର ଟଙ୍କିଆ ବିଡ଼ାକୁ ଘରର ବିଭିନ୍ନ ସ୍ଥାନରେ ରଖାଯାଇଥିଲା। ଅଧିକାରୀମାନେ ଅଧିକ ଖୋଳତାଡ଼ କରିବାରୁ ବ୍ୟବସାୟୀଙ୍କ ଘରୁ ୩୨ କେଜି ଓଜନର ସୁନା, ହୀରା ଓ ମୋତି ମିଳିଛି। ଏଗୁଡ଼ିକର ମୂଲ୍ୟ ୧୬ କୋଟି ଟଙ୍କା ହେବ। ସେହିପରି ଅଫିସ କାଗଜପତ୍ର ଯାଞ୍ଚ କରିବା ବେଳେ ସେ ବେଆଇନ ଭାବେ ମୋଟ ୩୯୦ କୋଟି ଟଙ୍କା ରଖିଥିବା ମଧ୍ୟ ଜଣାପଡ଼ିଛି। ଟିକସ ଫାଙ୍କିବା ପାଇଁ ବ୍ୟବସାୟୀ ଜଣଙ୍କ ନିଜ ଆୟକୁ କାଗଜପତ୍ରରେ କମ ଦେଖାଉଥିଲେ। ଜାଲ କାଗଜପତ୍ର ଜରିଆରେ ସେ କୋଟି କୋଟି ଟଙ୍କା ଚଳୁ କରି ନେଇଥିବା ଅଭିଯୋଗ ପରେ ଆୟକର ବିଭାଗ ରେଡ୍ ଆରମ୍ଭ କରିଥିଲା।

Comments are closed.