ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ସୁନାଥର ଓ ଶୋଳଘର ପଞ୍ଚାୟତ ଜିଆରଏସ ସ୍ୱାଗତ ପଣ୍ଡା ନିଖୋଜ ଘଟଣାକୁ ୩ ଦିନ ବିତିଛି । ପରିବାର ଲୋକେ ଚିନ୍ତାରେ ଥିବାବେଳେ ତାଙ୍କର ଏକ ସିସିଟିଭି ଚିତ୍ର ସାମନାକୁ ଆସିଛି। ଏଥିରେ ସ୍ୱାଗତ ନଦୀ ପାଖ ରାସ୍ତାରେ ବିଳମ୍ବିତ ରାତିରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି । ତେବେ ଏତେ ରାତିରେ ସେ ଏକୁଟିଆ କୁଆଡ଼େ ଯାଉଥିଲେ, ସେନେଇ କିଛି ସୂଚନା ମିଳିନି ।
ଏହି ଭିଡିଓଟି ପୁରୁଷୋତ୍ତମପୁର ରାସ୍ତାର ଏକ ପେଟ୍ରୋଲ ପମ୍ପରେ ଲାଗି ଥିବା ସିସିଟିଭି କ୍ୟାମେରାର ବୋଲି ଜଣାପଡିଛି । ପୋଲିସ୍ ଘଟଣାର ଖୋଳତାଡ଼ କରୁ କରୁ ଏହି ସିସିଟିଭି ଫୁଟେଜ ହସ୍ତଗତ ହୋଇଛି। ସ୍ୱାଗତ ନିଖୋଜ ହୋଇଯାଇଛନ୍ତି ନାଁ ଜାଣିଶୁଣି କିଛି ପଦକ୍ଷେପ ନେଇଛନ୍ତି ତାହା ସ୍ପଷ୍ଟ ହୋଇପାରିନାହିଁ । ପୁଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି ।

Comments are closed.