ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇର ଚିଠି

ପୁରୀ – ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ- ଏଏସଆଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛି । ଭିତର ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହା ସ୍ଥିତି ଅନୁଧ୍ୟାନ ପାଇଁ ଅନୁମତି ଲୋଡ଼ିଛି ଏଏସଆଇ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ ବିଭାଗ, ଏଏସଆଇ ଡିଜିଙ୍କୁ ଓଡିଶାର ଏଏସଆଇ ଅଧିକ୍ଷକ ଚିଠି ଲେଖିଛନ୍ତି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଓ ଆଇନ ବିଭାଗର ଅନୁମୋଦନ ପରେ ହିଁ ଭିତର ରତ୍ନଭଣ୍ଡାର ଖୋଲିପାରିବ ଏଏସଆଇ।

୨୦୧୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିଲା । ହେଲେ ରତ୍ନଭଣ୍ଡାର ଚାବି ହଜିଯାଇ ଥିବା ନେଇ ଜିଲ୍ଲାପାଳ ସୂଚନା ଦେବା ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରି ନଥିଲା କିମ୍ବା ସ୍ଥିତି ମଧ୍ୟ ଯାଞ୍ଚ ହୋଇପାରି ନଥିଲା ।

Comments are closed.