ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ୪ ସମେତ ୧୫୧ ପୋଲିସ ଅଫିସର ପାଇବେ ଗୃହ ମନ୍ତ୍ରାଳୟ ପଦକ

ଭୁବନେଶ୍ୱର – ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ମୋଟ ୧୫୧ ପୋଲିସ ଅଫିସର ଏଥର ପଦକ ପାଇବେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ପୋଲିସ ଅଫିସର ରହିଛନ୍ତି । ଆସନ୍ତା ସ୍ୱାଧୀନତା ଦିବସରେ ପୋଲିସ୍ ଅଫିସରଙ୍କୁ ସମ୍ମାନିତ କରାଯିବ। ପଦକ ପାଇବାକୁ ଥିବା ଓଡ଼ିଶାର ୪ ପୋଲିସ୍‌ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସ୍‌ପି ଓ ୩ ଜଣ ଇନ୍ସପେକ୍ଟର ଅଛନ୍ତି। ଡିଏସ୍‌ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଅନସୂୟା ନାୟକ ଓ ରମେଶ ପ୍ରଧାନ ପଦକ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

Comments are closed.