ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି, ସମ୍ବଲପୁର- ସୋନପୁର ରାସ୍ତା ବିଛିନ୍ନ

ସମ୍ବଲପୁର: ଅବିଶ୍ରାନ୍ତ ବର୍ଷା ଯୋଗୁଁ ହୀରାକୁଦରୁ ୨୮ ଟି ଗେଟ୍ ଖୋଲିଲାଣି। ସେପଟେ ଏହାର ପଛୁଆ ପାଣି ସାଙ୍ଗକୁ ବର୍ଷା ପାଣି ମିଶିବା ଫଳରେ ସମ୍ବଲପୁର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲାଣି। ଅପରପକ୍ଷେ ମାଳତିଯୋର ପୋଲ ଉପରେ ୪ ଫୁଟରୁ ଉର୍ଦ୍ଧ୍ବ ପାଣି ପ୍ରବାହିତ ହେବା ଫଳରେ ସମ୍ବଲପୁର- ସୋନପୁର ରାସ୍ତା ବିଛିନ୍ନ ହୋଇଯାଇଛି।

ହୀରାକୁଦକୁ ସାଢେ ୪ ଲକ୍ଷ କ୍ୟୁସେକ ପାଖାପାଖି ପାଣି ଆସୁଥିବା ବେଳେ ଏହା ୬ ଲକ୍ଷ କ୍ୟୁସେକ ଟିପିବାକୁ ଯାଉଛି। ପରିସ୍ଥିତିକୁ ଦେଖି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ୨୮ ଟି ଗେଟ୍ ଖୋଲି ଜଳ ନିଷ୍କାସନ କରୁଛନ୍ତି। ସେପଟେ ଏତେ ସଂଖ୍ୟାରେ ଗେଟ୍ ଖୋଲିବା ପରେ ପଛୁଆ ପାଣି ସମ୍ବଲପୁର ସହରକୁ ପଶିଲାଣି। ଏହା ସାଙ୍ଗକୁ ଗତକାଲି ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ବର୍ଷା ଥମିନଥିବାରୁ ସମ୍ବଲପୁର ସହର ଭିତରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ। ଯଦ୍ବାରା ଉଭୟ ହୀରାକୁଦର ପଛୁଆ ପାଣି ଏବଂ ସହରର ବର୍ଷା ପାଣି ମିଶିବା ଫଳରେ ବନ୍ୟା ପରିସ୍ଥିତି ଦେଖାଦେଲାଣି। ସମ୍ବଲପୁର ସହରର ହଜାର ହଜାର ଘର ପାଣି ଘେରରେ ରହିଯାଇଛି। ସେପଟେ ମାଳତିଯୋର ଉପରେ ୪ ଫୁଟ ପାଣି ବୋହିବା ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି।

Comments are closed.