ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର – ଲଘୁଚାପ ବର୍ଷା ଯୋଗୁଁ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ହୋଇଛନ୍ତି । ୮ ଜିଲ୍ଲା ପାଇଁ ୬ ଅଫିସରଙ୍କୁ ଦାୟିତ୍ୱ । ଜଳ ସମ୍ପଦ ବିଭାଗ ପକ୍ଷରୁ ଏହି ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି (୧୪ ତାରିଖ) ଅପରାହ୍ନରୁ ଏହି ଅଧିକାରୀମାନେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ ।

ପୁରୀ ଜିଲ୍ଲା ପାଇଁ ଚିନ୍ମୟ ରଂଜନ ରାଉତ, ଜଗତସିଂହପୁର ପାଇଁ ବିଜୟ କୁୂମାର ସାମଲ, କଟକ ପାଇଁ ବାଲେଶ୍ୱର ନାଥ ସାହୁ, କେନ୍ଦ୍ରାପଡ଼ା ପାଇଁ ପୂର୍ଣ୍ଣଚନ୍ଦ୍ର ରଥ, ଯାଜପୁର ଓ ଭଦ୍ରକ ପାଇଁ ଧନେଶ୍ୱର ସାମଲ, ଖୋର୍ଦ୍ଧା ଓ ନୟାଗଡ଼ ବିଘ୍ନରାଜ ପୁରୋହିତଙ୍କୁ ଦାୟିତ୍ଵ ଦିଆଯାଇଛି।

Comments are closed.