ରାଜ୍ୟରେ ଆସନ୍ତା ୧୬ରୁ ୩୦ ଯାଏଁ ସ୍ୱତନ୍ତ୍ର ହେଲମେଟ ଚେକିଂ ଅଭିଯାନ

ଭୁବନେଶ୍ୱର- ରାଜ୍ୟ ପରିବହନ ବିଭାଗ ଆସନ୍ତା ୧୬ ତାରିଖରୁ ହେଲମେଟ ଚେକିଂ ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରୁଛି। ହେଲମେଟ୍ ପିନ୍ଧି ନଥିଲେ ୩ ମାସ ଯାଏ ଗାଡ଼ିର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ । ଡ୍ରାଇଭିଂ ଲାଇସେନ୍ସ ନଥିଲେ ଗାଡ଼ି ଜବତ କରିବାକୁ ରାଜ୍ୟର ସମସ୍ତ ଆରଟିଓକୁ ନିର୍ଦ୍ଦେଶ ଦିଆଯାଇଛି। ବିନା ହେଲମେଟରେ ଗାଡ଼ି ଚଳାଉଥିବା ବ୍ୟକ୍ତି ଏବଂ ତାଙ୍କ ପଛରେ ବସୁଥିବା ସହଯାତ୍ରୀ ହେଲମେଟ୍ ନ ପିନ୍ଧିଥିଲେ ୧ ହଜାର ଟଙ୍କା ଜରିମାନା ଏବଂ ୩ ମାସ ପର୍ଯ୍ୟନ୍ତ ଗାଡ଼ି ଲାଇସେନ୍ସ ବାତିଲ୍ କରିବାର ବ୍ୟବସ୍ଥା ମୋଟର ଯାନ ଆଇନରେ ଥିବା ବେଳେ ଏହାକୁ କଡ଼ାକଡ଼ି ପାଳନ କରିବାକୁ ପରିବହନ କମିସନର ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ଅଗଷ୍ଟ ୧୬ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହେଲମେଟ୍ ଚେକିଂ କଡ଼ାକଡ଼ି କରାଯିବାକୁ ପରିବହନ କମିସନର ରାଜ୍ୟର ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୯ଟାରୁ ଦିନ ୨ଟା ଏବଂ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚେକିଂ କରାଯିବ । ଜାତୀୟ ରାଜପଥ, ରାଜ୍ୟ ରାଜପଥ, ବ୍ଲାକ୍ ସ୍ପଟ୍ ଚିହ୍ନଟ ହୋଇଥିବା ସ୍ଥାନ ମାନଙ୍କରେ କରାଯିବ।

Comments are closed.