ହୀରାକୁଦ ଡ୍ୟାମର ୮ଟି ଗେଟ୍ ବନ୍ଦ କରାଯିବ: ଏସଆରସି

ଭୁବନେଶ୍ୱର – ହୀରାକୁଦ ଡ୍ୟାମର ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି । ଏବେ ଖୋଲାଥିବା ୩୪ ଗେଟରୁ ୮ଟି ବନ୍ଦ କରାଯିବ । ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ଗେଟ୍ ବନ୍ଦ କରାଯିବ ବୋଲି ସେ କହିଛନ୍ତି । ଆସନ୍ତାକାଲି ( ମଙ୍ଗଳବାର ) ସକାଳ ୯ଟା ଯାଏ ହୀରାକୁଦ ଡ୍ୟାମର ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା ଦେଇଛନ୍ତି ।

Comments are closed.