ନୂଆପଡ଼ା : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ଆମ୍ବ ଗଛରେ ମା ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହି ପରିବାର ଖଡ଼ିଆଳ ନିଵାସୀ ହୋଇଥିବା ବେଳେ ଦୀର୍ଘ ବର୍ଷ ଧରି ବାଦୀ ଗ୍ରାମରେ ଘର ତିଆରି କରି ରହୁଥିଲେ।
ପ୍ରାଥମିକ ତଦନ୍ତ ଅନୁସାରେ ମୃତ ମା ଓ ପୁଅ ଖମାରୀ ପରିବାରର ସ୍ବର୍ଗତ ହରି ସିଂ ଖମାରୀଙ୍କ ସ୍ତ୍ରୀ ଗାୟତ୍ରୀ ଖମାରୀ (୬୦) ପୁଅ ଆଶିଷ ଖମାରୀ (୩୦) । ଉଭୟ ମା ଓ ପୁଅ ରାତ୍ରିରେ ଗ୍ରାମଠାରୁ ତିନି ଶହ ମିଟର ଦୂରରେ ଥିବା ଆମ୍ବ ଗଛରେ ନୂଆ ପ୍ଲାଷ୍ଟିକ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଦୁଇ ଜଣ ଗୋଟିଏ ଗଛରେ ଝୁଲୁଥିବା ବେଳେ ଆତ୍ମହତ୍ୟା କରିଥିବା ସ୍ଥାନରେ ଗୋଟିଏ ପ୍ଲାଷ୍ଟିକ ସ୍ଥୁଳ ଓ ଗୋଟିଏ ଛତା ପଡ଼ିଥିବାର ଦେଖିବାକୁ ମିଳିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଖଡ଼ିଆଳ ପୁଲିସ ପହଞ୍ଚି ତଦନ୍ତ କରୁଛି।
Comments are closed.