ବନ୍ୟା ସ୍ଥିତି: ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ସ୍କୁଲ ଛୁଟି

ନୟାଗଡ଼ – ବନ୍ୟା ସ୍ଥିତି କାରଣରୁ ନୟାଗଡ଼ ଜିଲ୍ଲାର ୩ଟି ବ୍ଲକରେ ୩୨ଟି ସ୍କୁଲ୍ ଦୁଇ ଦିନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆଜି ଓ ଆସନ୍ତାକାଲି ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଗଣିଆରେ ୧୧, ଖଣ୍ଡପଡ଼ାରେ ୨ ଓ ଭାପୁରରେ ୧୨ଟି ସ୍କୁଲ ବନ୍ଦ ରହିବ ।ମାତ୍ର ସମ୍ପୃକ୍ତ ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିବେ । ସେପଟେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ଯାଏ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Comments are closed.