ଲାଞ୍ଚୁଆ ହେଡ୍ କ୍ଳର୍କଙ୍କୁ ଧରିଲା ଭିଜିଲାନ୍ସ

ଦେବଗଡ଼ – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ଅଫିସର ହେଡ୍ କ୍ଳର୍କ । ଦେବଗଡ଼ ଜିଲ୍ଲା ବାରକୋଟ ତହସିଲ ଅଫିସର ହେଡ କ୍ଳର୍କ ରାଜକିଶୋର କାଲୋ ଜଣେ ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ । ଅଭିଯୋଗକାରୀଙ୍କୁ ପଟ୍ଟା ଯୋଗାଇ ଦେବା ପାଇଁ ଲାଞ୍ଚ ଦାବି କରିଥିଲେ ହେଡ୍ କ୍ଳର୍କ । ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

Comments are closed.