ଚାଷୀଙ୍କଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଲାମ୍ପସ ଏମଡି

ବନ୍ଧୁଗାଁ – ଚାଷୀଙ୍କଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଲ୍ୟାମ୍ପସର ପରିଚାଳନା ନିର୍ଦ୍ଦେଶକ | କୋରାପୁଟ ଜିଲ୍ଲାର ବନ୍ଧୁଗାଁ-ଆଲମଣ୍ଡାର ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆର. ରାମକୃଷ୍ଣ ଜଣେ ଚାଷୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ତାଙ୍କୁ ମାଡ଼ି ବସିଥିଲି ଭିଜିଲାନ୍ସ ।

ରାମକୃଷ୍ଣ ଜଣେ ଧାନ ଚାଷୀଙ୍କୁ ଧାନ କିଣା ବାବଦରେ ଲାଞ୍ଚ ମାଗିଥିଲେ | ଲାଞ୍ଚ ନ ଦେଲେ ଆଗାମୀ ଖରିଫ ଋତୁରେ ଧାନ ବିକ୍ରୟ କରିବା ନିମନ୍ତେ ମଣ୍ଡିରେ ତାଙ୍କର ପଞ୍ଜିକରଣ କରାଯିବ ନାହିଁ ବୋଲି ସଂପୃକ୍ତ ଚାଷୀଙ୍କୁ ଧମକ ଦେଇଥିଲେ। ଏ ସଂପର୍କରେ ଭିଜିଲାନ୍ସକୁ ଚାଷୀ ଜଣକ ସୂଚନା ଦେବାପରେ ରାମକୃଷ୍ଣଙ୍କୁ ଧରିବା ପାଇଁ ଜାଲ ବିଛେଇ ଥିଲା ଭିଜିଲାନ୍ସ । କେମିକାଲ ବୋଳା ଟଙ୍କା ଲାଞ୍ଚ ଭାବେ ନେଉଥିବାବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା | ତାଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି |

Comments are closed.