ବନ୍ୟାପାଣିରୁ ଅଜଣା ବ୍ୟକ୍ତିର ମୃତ ଦେହ ଉଦ୍ଧାର

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅରିଗାଁ ଜିରା ନଦୀର ବ୍ରିଜ ନିକଟରେ ବନ୍ୟା ପାଣିରେ ଅଜଣା ବ୍ୟକ୍ତିର ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ଲୋକେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଅଜଣା ବ୍ୟକ୍ତିର ମୃତଦେହକୁ ପାଣି ଭିତରୁ ଉଦ୍ଧାର କରିଛନ୍ତି l ଘଟଣା ସ୍ଥଳରେ ବିନିକା ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ବ୍ୟକ୍ତିର ପରିଚୟ ଜଣାପଡି ନାହିଁ । ତେଣୁ ସୁବର୍ଣ୍ଣପୁର ମୃତଦେହ ସଂରକ୍ଷଣ ଗୃହକୁ ପଠାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି l

Comments are closed.