ଓଡ଼ିଶା କ୍ୟାଡର ଆଇଏଏସ ରାଜେଶ ବର୍ମା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ନିଯୁକ୍ତ

ନୂଆଦିଲ୍ଲୀ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଚିବ ଭାବେ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ରାଜେଶ ବର୍ମାଙ୍କୁ ନିଯୁକ୍ତ କରାଯାଇଛି । ୧୯୮୭ ବ୍ୟାଚ୍ ଆଇଏଏସ ରାଜେଶ ବର୍ମା ବର୍ତ୍ତମାନ କର୍ପୋରେଟ ବ୍ୟାପାର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ରାଜେଶ ଆଇଏଏସ୍ କପିଳଦେବ ତ୍ରିପାଠୀଙ୍କ ସ୍ଥାନ ନେବେ । ରାଜେଶ ବର୍ମା ୨୦୨୦ ମେ’ ମାସରୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ସେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି ।

Comments are closed.