ଦେଶର ୧୫ ହଜାର ୭୫୪ଟି ନୂଆ କୋରୋନା ମାମଲା

ନୂଆଦିଲ୍ଲୀ – କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୭୫୪ଟି ନୂଆ ସଂକ୍ରମଣ ଓ ୩୯ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୩,୧୪,୬୧୮ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୩୯ ମୃତ୍ୟୁକୁ ମିଶାଇ ଭାରତରେ ମୋଟ ମୃତ୍ୟୁସଂଖ୍ୟା ୫,୨୭,୨୫୩ରେ ପହଞ୍ଚିଛ।

ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧୪,୮୧୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥଙ୍କ ସଂଖ୍ୟା ହେଉଛି ୪,୩୬,୮୫,୫୩୫। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୫୮% ରହିଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୧,୮୩୦ ରହିଛି । କରାଯାଇଛି।

Comments are closed.