ନୂଆପଡ଼ାରେ ଲାଲବାହିନୀଙ୍କ ବର୍ବରତା, ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ନୂଆପଡା: ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଢୋକୁନପାନି ଗାଁ ପାଖରେ ଘଟିଛି ଅଘଟଣ ।
ପୋଲିସ ଇନଫରମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ । କେବଳ ସେତିକି ନୁହେଁ ମୃତ ଶରୀର ନିକଟରେ ପୋଷ୍ଟର ଛାଡି ଚାଲି ଯାଇଥିବା ସୂଚନା ଦେଇଛନ୍ତି ନୂଆପଡା ଏସପି । ମୃତକ ହେଉଛନ୍ତି ଢେକୁନପାନି ଗାଁର । ସେ ଦୀର୍ଘଦିନ ଧରି ପଡୋଶୀ ଛତିଶଗଡ଼ ନଗରାର ଗାଁରେ ରହୁଥିଲେ । ଏବେ କିଛିମାସ ହେବ ପୁଣି ଆସି ଢେକୁନପାନିରେ ରହୁଥିଲେ । ତେବେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ଏବେ ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Comments are closed.