ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ମୃତ

ଭୁବନେଶ୍ବର – ରାଜ୍ୟରେ ବିଭିନ୍ନ ସ୍ଥାନରେ କାନ୍ଥ ପଡ଼ି ୫ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝର ଓ କୋରାପୁଟ ଜିଲ୍ଲାରେ କାନ୍ଥ ପଡ଼ି ୨ଜଣଙ୍କ ପ୍ରାଣହାନି ଘଟିଛି । ଲଗାଣ ବର୍ଷା ଯୋଗୁ କାନ୍ଥ ପଡ଼ିବାରୁ କେନ୍ଦୁଝର ସଦର ବ୍ଲକ ମହାଦେଈଯୋଡା ପଞ୍ଚାୟତ ଟିକରପଡା ଗ୍ରାମର କୁହ୍ଲଚରଣ ବେହେରା ଗୁରୁତର ଥିବା ବେଳେ ତାଙ୍କ ପତ୍ନୀ ଦୂତିକା ବେହେରା ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଏଣେ କୋରାପୁଟର ନୂଆସାହିରେ କାନ୍ଥ ପଡ଼ିବାରୁ ଜଣେ ୯ ବର୍ଷିୟ ନାବାଳକର ମୃତ୍ୟୁ ଘଟିଛି।

ମୟୂରଭଞ୍ଜ ଜିଲ୍ଲାର ବିଶୋଈ ବ୍ଲକ୍ ଲୁହାକନି ପଞ୍ଚାୟତ ଭୋଳ ଦେଉଗାଁରେ ଲଗାଣ ବର୍ଷା ଯୋଗୁ କାନ୍ଥ ପଡ଼ି ୨ ନାବାଳିକାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ତେବେ ମୃତ ନାବାଳିକାଙ୍କ ବାପା,ମା ଅଳ୍ପକେ ବର୍ତ୍ତିଯାଇଛନ୍ତି।

Comments are closed.