ପୁଣି ଚର୍ଚ୍ଚାରେ ବାବୁସାନ, ଭିଡିଓ‌ ଜାରି କରି ରାଜ୍ୟବାସୀଙ୍କୁ କ୍ଷମା ପ୍ରାର୍ଥନା

ଭୁବନେଶ୍ୱର – ଭିଡିଓ ଜାରି କରି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ଅଭିନେତା ବାବୁସାନ । ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ତାଙ୍କ ନାଁ ନେଇ ଯେଉଁ ଚର୍ଚ୍ଚା ଧରିଥିଲା ଏବଂ ଉଭୟ ପରିବାର ବିରୋଧରେ ଥାନାରେ ଏତଲା ଦିଆଯାଇଥିଲା, ତାହାକୁ ନେଇ ମୁହଁ ଖୋଲିଛନ୍ତି ବାବୁସାନ । ସେ କରିଥିବା ଭୁଲର ପୁନରାବୃତ୍ତି ହେବ ନାହିଁ ବୋଲି ବାବୁସାନ କହିଛନ୍ତି । ଭିଡ଼ିଓରେ ବାବୁସାନ କହିଛନ୍ତି, ତାଙ୍କ ସ୍ତ୍ରୀ ଓ ଶ୍ବଶୁର ବହୁତ କଷ୍ଟ ପାଇଲେଣି । ସେମାନଙ୍କ ନାମରେ ମକଦ୍ଦମା ହୋଇଛି । ତେଣୁ ଆଗକୁ ଏଭଳି ଭୁଲ ଆଉ କେବେ କରିବିନି । କିଛି ଦିନତଳେ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ସଂପର୍କକୁ ନେଇ ରାସ୍ତା ଉପରେ ନାଟକୀୟ ଘଟିଥିଲା ଘଟଣା। ପ୍ରକୃତି ଓ ବାବୁସାନ ଯାଉଥିବା ଗାଡି ଅଟକାଇଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି । ପ୍ରକୃତିଙ୍କୁ ଗାଳିଗୁଲଜ କରିବା ସହ ମାରଧର କରିଥିଲେ। ଏହି ଭିଡିଓ ଭାଇରାଲ ହେଲା ପରେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା ।

ପରେ ଉଭୟ ପରିବାର ମଧ୍ୟରେ ବହୁ ବାଦ ବିବାଦ ପରେ ମାମଲା ଥଣ୍ଡା ପଡିଥିଲା । ହେଲେ ଆଜି ହଠାତ୍ ବାବୁସାନ ପୁଣି ଏକ ଭିଡ଼ିଓ କରିବା ସହ କ୍ଷମା ମାଗିଛନ୍ତି । ସ୍ତ୍ରୀ ଏବଂ ଶ୍ୱଶୁରଙ୍କର କିଛି କ୍ଷତି ହେବନି ବୋଲି କହିଛନ୍ତି ବାବୁସାନ ।

Comments are closed.