ବନ୍ୟା ପରେ ହଇଜା ଚିନ୍ତା, ସ୍ବାସ୍ଥ୍ୟ ବିଭାଗର ସଚେତନତା ଆରମ୍ଭ

ସମ୍ବଲପୁର: ବନ୍ୟା ପରିସ୍ଥିତି ଦୂରେଇ ଯାଇଛି। ଏବେ ଝାଡାବାନ୍ତି ବ୍ଯାପିବାର ଆଶଂକା ଦେଖା ଦେଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଧନକଉଡା ଠାରେ ଆଜି ତରଳ ଝାଡା ର ଚିକିତ୍ସା ଓ ପ୍ରତିରୋଧ ଉପରେ ଆଶା କର୍ମୀମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା l ଏହି ପ୍ରଶିକ୍ଷଣ ଶିବିର ରେ ମୋଟ ୨୦ ଜଣ ଆଶା ଉପସ୍ଥିତ ଥିଲେ l ଡାକ୍ତର ଦିଲୀପ କୁମାର ମୁଦୁଲି ତରଳ ଝାଡା ପ୍ରତି ସତର୍କ ଓ ସଚେତନ ରହିବl ପାଇଁ ପ୍ରଶିକ୍ଷଣ ମାଧ୍ୟମ ରେ ବୁଝାଇ ଥିଲେ ଯଥା ପାଇଖାନା ବ୍ୟବହାର କରିବା ,ହାତ କୁ ଭଲଭାବରେ ଧୋଇବା ,,ପାଣି କୁ ଫୁଟାଇ ପିଇବା,ତରଳ ଝାଡା ହେଲେ ଓ.ଆର.ଏସ ବ୍ୟବହାର କରିବା ପରି ବିଭିନ୍ନ ବିଷୟରେ ବୁଝାଇଥିଲେ l ପ୍ରତି ଘରେ ଗୋଟିଏ ଓ.ଆର.ଏସ ବଣ୍ଟନ କାର୍ଯ୍ୟକ୍ରମ ଠିକ ଭାବରେ ଚାଲିଛି କି ନାହିଁ ସେହି ବିଷୟରେ ଡାକ୍ତର ମୁଦୁଲି ଆଶା ମାନଙ୍କୁ ପଚାରି ବୁଝି ଥିଲେ lପରେ ଆଶା ମାନଙ୍କୁ ହାଲଜେନ ବଟିକା ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଦିଲୀପ କୁମାର ନନ୍ଦ ପରିଚାଳନା କରିଥିଲେ ଓ ସୁପ୍ରଭାତ ସାହୁ ,ରାମଚନ୍ଦ୍ର ରାଉତ ସହାୟତା କରିଥିଲେ l

Comments are closed.