ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ଦୁଇଦିନ ସ୍କୁଲ ବନ୍ଦ

ଭୁବନେଶ୍ବର – ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଆଉ ୨ ଦିନ ସ୍କୁଲଗୁଡ଼ିକ ବନ୍ଦ ରହିବ। ଆସନ୍ତାକାଲି ଓ ୨୩ ତାରିଖରେ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ସବୁ ବନ୍ଦ ରହିବ। ପାଣି ଘେରରେ ଥିବା ସ୍କୁଲଗୁଡ଼ିକର ଛୁଟି ଆଉ ୨ ଦିନ ବୃଦ୍ଧି କରାଯାଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଅନ୍ୟ ବନ୍ୟା ପ୍ରଭାବିତ ଜିଲ୍ଲାରେ ସ୍କୁଲ ଛୁଟି ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।

Comments are closed.