ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଆଇଆଇସି

ବଲାଙ୍ଗିର – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଥାନା ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଆଇଆଇସି ସଂଗ୍ରାମ ପଟ୍ଟନାୟକ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଧରାପଡ଼ିଛନ୍ତି। ସେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା କେନ୍ଦୁମୁଣ୍ଡି ଗାଁର ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀ ଭାବଗ୍ରାହୀ ସାହୁଙ୍କ ଏକ ମଦ ବୋଝେଇ ଗାଡିକୁ ଜବତ କରିଥିଲେ। ଗାଡ଼ିକୁ ଛାଡିବା ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭାବଗ୍ରାହୀ ବରଗଡ଼ ଭିଜିଲାନସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଆଜି ବରଗଡ଼ ଓ ସମ୍ୱଲପୁର ଭିଜିଲାନ୍ସ ବିଭାଗର ମିଳିତ ଟିମ ପୂର୍ବ ଯୋଜନା ମୁତାବକ ଲୋଇସିଂହା ଥାନାରେ ଚଢ଼ାଉ କରି ଲାଂଚ ନେଉଥିବା ସମୟରେ ଥାନା ଅଧିକାରୀଙ୍କୁ କାବୁ କରିଥିଲେ।

ବଲାଙ୍ଗିର ଟାଉନ ଥାନା ନିକଟରେ ଥିବା ଆଇଆଇସିଙ୍କ ସରକାରୀ ବାସଭବନ ଓ ଅନ୍ୟ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି ।

Comments are closed.