ବ୍ରାଉନ ସୁଗର ଜବତ, ୩ ଗିରଫ

ବରଗଡ଼ : ବରଗଡ଼ ଜିଲ୍ଲା ଅତାବିରା ଠାରେ ୧୧ ଲକ୍ଷ ଟଙ୍କାର ୧୧୦ ଗ୍ରାମ ବ୍ରାଉନ ସୁଗର ଅତାବିରା ପୋଲିସ ଜବତ କରିଛି। ଏହି ମାମଲାରେ ତିନି ଜଣକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବରଗଡ଼ ପୋୖରାଞ୍ଚଳ ୱାର୍ଡ ନମ୍ବର ୧ ର ଅମଜଦ ଖାନ୍ ,ୱାର୍ଡ ନମ୍ବର ୩ ହାଟପଦା ର ଅଜୟ ପଟେଲ ଓ ୱାର୍ଡ ନମ୍ବର ୧୨ ର ମହମ୍ମଦ ଅଲତାବ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁଲିସ ସୂଚନା ଦେଇଛି ।

Comments are closed.