ଛତ୍ରପୁର ରାଜପଥ ଦୁର୍ଘଟଣାରେ ୨ ଯୁବକଙ୍କ ମୃତ୍ୟୁ

ଛତ୍ରପୁର: ଛତ୍ରପୁର ସହରର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା। ଗୁରୁବାର ସକାଳ ପ୍ରାୟ ୮ଟାରେ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଜୀବନ ଯାଇଛି। ସେମାନେ ହେଲେ ବ୍ରହ୍ମପୁର ବ୍ରହ୍ମାନଗରର ସୁମନ ଦାସ ଓ ହିଞ୍ଜିଳିକାଟୁ ନିକଟ କଞ୍ଚୁଡୁର ଦଣ୍ଡ ପାଳ। ଦୁହେଁ ବ୍ରହ୍ମପୁରରୁ ମିଶି ଏକ ବାଇକରେ ଛତ୍ରପୁର ଆସୁଥିବା ବେଳେ ଛତ୍ରପୁର ପାର୍ଶ୍ବ ଜାତୀୟ ରାଜପଥରେ ରୋଡ୍ ଡିଭାଇଡରକୁ ଭାରସାମ୍ୟ ହରାଇ ଦ୍ରୁତ ଗତିରେ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋରରେ ଘଟିଥିଲା ଯେ ଦୁହେଁ ଛିଟିକି ହୋଇ ରାସ୍ତା ମଝିରେ ପଡ଼ିଥିଲେ। ଜଣଙ୍କ ମୁଣ୍ଡ ସମ୍ପୂର୍ଣ୍ଣ ଛିନଭିନ ହୋଇଯାଇଥିଲା ବେଳେ ଦୁହିଁଙ୍କର ସେଠାରେ ହିଁ ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଥିବା ବେଳେ ଛତ୍ରପୁର ଥାନା ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Comments are closed.