ଏମକେସିଜି ଅଗ୍ନିକାଣ୍ଡ : ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ

ବ୍ରହ୍ମପୁର – ବ୍ରହ୍ମପୁର ଏମକେସିଜି ମେଡିକାଲର ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଛି । ତେବେ ନିଆଁ ଆୟତ୍ତାଧୀନ କରାଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। କିଛି ବଡ଼ଧରଣର କ୍ଷୟକ୍ଷତି ହୋଇନଥିବା କୁହାଯାଉଛି। ଠିକ ସମୟରେ ଅଗ୍ନିଶମ ବିଭାଗ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛନ୍ତି । ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ସୁପର ସ୍ପେଶାଲିଷ୍ଟ ବିଲଡିଂରୁ ପ୍ରଥମେ ଧୂଆଁ ବାହାରିବା ଦେଖି ସୁରକ୍ଷାକର୍ମୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ଏମକେସିଜିର ଅଧୀକ୍ଷକ ଅଗ୍ନିଶମ ବାହିନୀକୁ ସୂଚନା ଦେବାପରେ ସେମାନେ ପହଞ୍ଚି ନିଆଁକୁ କାବୁ କରିଥିଲେ । ଚାରିଟି ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ।

Comments are closed.