ମହାନଦୀ ଜଳ ବିବାଦ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ଆଲୋଚନା

ଭୁବନେଶ୍ୱର / ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ତରଫରୁ ମାନନୀୟ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦିଲ୍ଲୀ ଓଡ଼ିଶା ଭବନ ଠାରେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏବଂ ବରିଷ୍ଠ ଆଇନଜୀବୀ ଏମ.ଭି. କାଟାର୍ଜୀଙ୍କ ସମେତ ଦିଲ୍ଲୀସ୍ଥିତ ଅନ୍ୟାନ୍ୟ ବିଶେଷଜ୍ଞ ଓ ଜଳସମ୍ପଦ ବିଭାଗର ବୈଷୟିକ କର୍ମକର୍ତାମାନେ ଏହି ବୈଠକରେ ଯୋଗଦାନ କରିଥିଲେ । ଅନ୍ୟାନ୍ୟ ବିଶେଷଜ୍ଞ ଏବଂ ଜଳସମ୍ପଦ ବିଭାଗର ବୈଷୟିକ କର୍ମକର୍ତ୍ତାମାନେ ମଧ୍ୟ ଭିଡିଓ କନଫରେନ୍ସ ମାଧ୍ୟମରେ ଭୁବନେଶ୍ବରରୁ ଯୋଗ ଦେଇଥିଲେ ।

Comments are closed.