ପ୍ରସିଦ୍ଧ ହୁମା ବକ୍ର ମନ୍ଦିରଠାରେ କୃଷକମେଳା ଅନୁଷ୍ଠିତ

ସମ୍ବଲପୁର: ସମ୍ବଲପୁର ଜ଼ିଲ୍ଲା ମାନେଶ୍ଵର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ହୁମା ବକ୍ର ମନ୍ଦିର ପରିସରରେ ମହାଶକ୍ତି ଫାଉଣ୍ଡେସନ ଓ ଏଚଡିଏଫସି ବ୍ୟାଙ୍କ ର ମିଳିତ ଆନୁକୂଲ୍ୟରେ ଦିନିକିଆ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମକୁ ପଂଚାୟତ ସମିତି ଅଧ୍ୟକ୍ଷ ରୁକ୍ମଣୀ ମହାନନ୍ଦ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସଂଗୀତା ବେହେରା, ଶାଖା ପରିଚାଳକ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସାହାସପୁର ଶାଖା, ଜପାମାଳୀ ଭୋସାଗର, ବ୍ଲକ ସଂଯୋଜକ ଓଡିଶା ଜୀବିକା ମିଶନ, ସବିତା ମିଶ୍ର ଉଦ୍ୟାନ ବିଭାଗ ଓଭରସିଆର, ମିହିର ରଞ୍ଜନ, କୃଷି ବିଶେଷଜ୍ଞ, ମହାଶକ୍ତି ଫାଉଣ୍ଡେସନ ଯୋଗଦାନ କରିଥିଲେ l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଭିନ୍ନ ଗ୍ରାମପଞ୍ଚାୟତ ରୁ 100 ଜଣ ଉତ୍ପାଦକ ଦଳ ର ସଭ୍ୟା ମାନେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ମହାଶକ୍ତି ଫାଉଣ୍ଡେସନ ର ମାର୍କେଟିଙ୍ଗ ମେନେଜର ଜଳନ୍ଧର ପରିଡା ପରିଚାଳନା କରିଥିବା ବେଳେ ପ୍ରିୟଙ୍କା କୁମାରୀ ବ୍ଲକ ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ l

Comments are closed.