ମହାରାଷ୍ଟ୍ର ରାଜ୍ୟରେ ବିରାଜମାନ କରିଛନ୍ତି ଅଗ୍ରପୂଜ୍ୟ ଅଷ୍ଟ ବିନାୟକ

ମହାରାଷ୍ଟ୍ରର ଗଣପର୍ବ ହେଉଛି ବିନାୟକ ଚତୁର୍ଥୀ ବା ଗଣେଶ ପୂଜା। ଏହିଦିନ ପ୍ରତ୍ୟେକଙ୍କ ଘରେ ପୂଜା ପାଇଥାନ୍ତି ଗଣନାୟକ ଗଣପତି। ଏହି ପର୍ବକୁ ସାର୍ଵଜନିକ ପର୍ବ ଭାବରେ ଛତ୍ରପତି ଶିବାଜୀ ପ୍ରଥମେ ମହାରାଷ୍ଟ୍ରରେ ଆରମ୍ଭ କରିଥିଲେ ବୋଲି ଇତିହାସ କୁହେ।

ସେହିଦିନ ଠାରୁ ଗଣେଶଙ୍କର ପୂଜା ବଡ଼ ଧୂମଧାମରେ ଏଠାରେ ପାଳନ କରାଯାଏ। ଏହି ରାଜ୍ୟର ଏକ ବିଶେଷତ୍ୱ ହେଲା ପ୍ରଦେଶର ବିଭିନ୍ନ ସ୍ଥାନରେ ରହିଛି ଅଷ୍ଟ ବିନାୟକ ମନ୍ଦିର। ଯାହାକୁ ଭକ୍ତମାନେ ଶ୍ରଦ୍ଧାର ସହ ଦର୍ଶନ କରି ନିଜର ମନୋକାମନା ପୂର୍ଣ୍ଣ କରିଥାନ୍ତି।

ତେବେ ଅଷ୍ଟ ବିନାୟକ ମନ୍ଦିର ଦର୍ଶନ କରିବାର ଏକ ବିଧି ମଧ୍ୟ ରହିଛି। ସେହି ନିୟମ ଅନୁସାରେ ଅଷ୍ଟ ବିନାୟକ ମନ୍ଦିର ଦର୍ଶନକଲେ ଵିଘ୍ନ ବିନାଶକ ଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି।

ମହାରାଷ୍ଟ୍ରର ଏହି ସବୁ ସ୍ଥାନରେ ରହିଛନ୍ତି –
ଅଷ୍ଟବିନାୟକ ମନ୍ଦିର –
୧ – ମୋରେଶ୍ୱର ମନ୍ଦିର, ମୋରଗାଁଓ (ପୁଣେ)
୨ – ସିଦ୍ଧି ବିନାୟକ ମନ୍ଦିର, ସିଦ୍ଧଟେକ (ଅହମ୍ମଦ ନଗର)
୩ – ବଲ୍ଲଲଶ୍ୱର ମନ୍ଦିର, ପାଲି (ରାଇଗଡ଼)
୪ – ବରଦା ବିନାୟକ ମନ୍ଦିର, ମହାଡ (ରାଇଗଡ଼)
୫ – ଚିନ୍ତାମଣି ମନ୍ଦିର, ଥେଉର (ପୁଣେ)
୬ – ଗିରିଜାତମାଜ ମନ୍ଦିର, ଲେଣ୍ୟାଦ୍ରୀ (ପୁଣେ)
୭ – ବିଘ୍ନେଶ୍ୱର ମନ୍ଦିର, ଓଜାର (ପୁଣେ)
୮ – ମହାଗଣପତି ମନ୍ଦିର, ରଞ୍ଜନଗାଁଓ (ପୁଣେ)

ବିଶ୍ୱାସ ରହିଛି, ପ୍ରଥମେ ମୋରଗାଁଓ ସ୍ଥିତ ମୋରେଶ୍ୱର ମନ୍ଦିର ଦର୍ଶନ ଆରମ୍ଭ କରି ଏହାପରେ କ୍ରମ ଅନୁଯାୟୀ ସିଦ୍ଧଟେକ ସ୍ଥିତ ସିଦ୍ଧି ବିନାୟକ ମନ୍ଦିର, ପାଲି ସ୍ଥିତ ବଲ୍ଲଲଶ୍ୱର ମନ୍ଦିର, ମହାଡ଼ ସ୍ଥିତ ବରଦା ବିନାୟକ ମନ୍ଦିର, ଥେଉର ସ୍ଥିତ ଚିନ୍ତାମଣି ମନ୍ଦିର, ଲେଣ୍ୟାଦ୍ରୀ ସ୍ଥିତ ଗିରିଜାତମାଜ ମନ୍ଦିର , ଓଜାର ସ୍ଥିତ ବିଘ୍ନେଶ୍ୱର ମନ୍ଦିର, ରଞ୍ଜନଗାଁଓ ସ୍ଥିତ ମହାଗଣପତି ମନ୍ଦିର ଦର୍ଶନ ସାରି ପୁଣିଥରେ ମୋରେଗାଁ ଗଣପତିଙ୍କର ଦର୍ଶନ କଲେ ଅଷ୍ଟ ବିନାୟକ ଯାତ୍ରା ସଂପୂର୍ଣ ହୋଇଥାଏ।

Comments are closed.