ରାଜ୍ୟରେ ଆଉ ୨୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୮ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ। ସଙ୍ଗରୋଧରୁ ୧୩୬ ଓ ସ୍ଥାନୀୟ ଅଞ୍ଚଳରୁ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ ୧, ଭଦ୍ରକରୁ ୧, ବଲାଙ୍ଗୀରରୁ ୮, ବୈ।ଦ୍ଧରୁ ୧, ଦେବଗଡ଼ରୁ ୧, କଟକରୁ ୩୦, ଗଞ୍ଜାମରୁ ୩, ଜଗତସିଂହପୁରରୁ ୪, ଯାଜପୁର ୮, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୧, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ
୬୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୩, ନବରଙ୍ଗପୁରରୁ ୯, ନୟାଗଡ଼ରୁ ୫, ନୂଆପଡ଼ାରୁ ୬, ପୁରୀରୁ ୩, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୨, ସୋନପୁରରୁ ୨ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲରୁ ୧୫ ମାମଲା ରିପୋର୍ଟ ହୋଇଛି । ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୯୮୨ ରହିଛି।

Comments are closed.