ଭୁବନେଶ୍ବର – ରାଜ୍ୟରେ ଏଥରର ବନ୍ୟାରେ କେତେ କ୍ଷୟକ୍ଷତି ହୋଇଛି, ତାହାର ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ ଚଳିତ ବର୍ଷ ବନ୍ୟା ଓ ବର୍ଷାରେ ୨୪ ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି।
୧୦ଟି ଜିଲ୍ଲାର ଚାଷୀମାନଙ୍କର ଅଧିକ କ୍ଷୟକ୍ଷତି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି।
ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଗତକାଲି କୃଷିମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ।
Comments are closed.