ଝାରସୁଗୁଡ଼ାରେ ଦୁଇଦିନ ନୂଆଁଖାଇ ଛୁଟି ଘୋଷଣା

ଝାରସୁଗୁଡ଼ା: ନୂଆଁଖାଇ ଦିନକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ନୂଆଁଖାଇ ପରଦିନକୁ ମଧ୍ଯ ଆଞ୍ଚଳିକ ଛୁଟି ଘୋଷଣା କରିଛନ୍ତି। ଆରଡିସିଙ୍କ ପକ୍ଷରୁ ଆଞ୍ଚଳିକ ଛୁଟି ଭାବେ ୨ ତାରିଖକୁ ଘୋଷଣା କରାଯାଇଛି। ଫଳରେ ଜିଲ୍ଲାବାସୀ ଦୁଇଦିନ ନୂଆଁଖାଇ ଛୁଟି ପାଇବେ। ନୂଆଁଖାଇରେ ସାମିଲ ହେବାକୁ ଆସୁଥିବା ପରିବାର ସଦସ୍ୟଙ୍କ ସୁବିଧା ଦୃଷ୍ଟିରୁ ଦୁଇଦିନ ନୂଆଁଖାଇ ଛୁଟି କରିବାକୁ ସବୁ ମହଲରୁ ଦାବି ହୋଇଆସୁଥିଲା। ଫଳରେ ଗତକାଲି ରାଜ୍ଯ ସରକାର ନେଗୋସିଏବୁଲ୍ ଇନଷ୍ଟ୍ରୁମେଣ୍ଟ ଆକ୍ଟ ବଳରେ ନୂଆଁଖାଇକୁ ଛୁଟି ଘୋଷଣା କରିଥିଲେ। ତେବେ, ଏହାର ପରଦିନକୁ ବି ଛୁଟି କରିବାକୁ ଦାବି ହେଉଥିବା ବେଳେ ଆରଡିସିଙ୍କ ସୁପାରିଶରେ ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ଏଥିରେ ମୋହର ମାରିଛି। ଅର୍ଥାତ ନୂଆଁଖାଇ ପରଦିନ ୨ ତାରିଖକୁ ବି ଆଞ୍ଚଳିକ ଛୁଟି ଭାବେ ଘୋଷଣା କରାଯାଇଛି। ଏହି ଘୋଷଣା ପରେ ଜିଲ୍ଲାବାସୀଙ୍କ ମଧ୍ଯରେ ଖୁସିର ଲହରୀ ଖେଳିଯାଇଛି ।

Comments are closed.