ଶୁଭଶ୍ରୀ ମୃତ୍ୟୁ ମାମଲା : ବୟଫ୍ରେଣ୍ଡ୍ ଚିତ୍ତରଞ୍ଜନ ଗିରଫ

ଭୁବନେଶ୍ୱର – ବହୁଚର୍ଚ୍ଚିତ ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଖୁଲାସା ହୋଇଛି । ମୃତ୍ୟୁ ପାଇଁ ବୟଫ୍ରେଣ୍ଡ ଚିତ୍ତରଞ୍ଜନଙ୍କୁ ଦାୟୀ କରି ତାଙ୍କୁ ଗିରଫ କରିଛି ପୋଲିସ । ଏ ସଂପର୍କରେ ପ୍ରେସମିଟରେ ସମସ୍ତ ତଥ୍ୟ ଦେଇଛନ୍ତି ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଚିତ୍ତରଞ୍ଜନ ଓ ଶୁଭଶ୍ରୀଙ୍କ ମଧ୍ୟରେ ସମ୍ପର୍କ ଥିଲା । ୨୦୧୯ରେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଥିଲେ ଶୁଭଶ୍ରୀ । ତେବେ ଶୁଭଶ୍ରୀଙ୍କ ସ୍ୱାମୀ ମଝିରେ ମଝିରେ ତାଙ୍କୁ ସନ୍ଦେହ କରୁଥିଲେ । ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଘରକୁ ମଧ୍ୟ ଯାଉଥିଲେ ।

ଡିସିପି କହିଛନ୍ତି ଯେ, ଶୁଭଶ୍ରୀ ପ୍ରେମକୁ ନେଇ ଡିପ୍ରେସନରେ ରହୁଥିଲେ । ମୃତ୍ୟୁ ପୂର୍ବରୁ ଚିତ୍ତଙ୍କୁ ଜଣାଇଥିଲେ ମଧ୍ୟ ଶୁଭଶ୍ରୀ । ଆଉ ତାଙ୍କ ମୃତ୍ୟୁ ପରେ ଚିତ୍ତ ସେଠାରେ ପହଞ୍ଚିଥିଲେ । ସେ ହିଁ ମୃତଦେହକୁ ତଳକୁ ଓହ୍ଲାଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ ।

Comments are closed.