ଚଳିତମାସରେ ବାତ୍ୟା ଆକଳନ ନାହିଁ: ପାଣିପାଗ ବିଜ୍ଞାନୀ

ଭୁବନେଶ୍ୱର – ଚଳିତ ମାସରେ ବାତ୍ୟା ନେଇ କୈ।ଣସି ଆକଳନ କରାଯାଇନାହିଁ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହା ସ୍ପଷ୍ଟ କରିଛନ୍ତି। ବାତ୍ୟା ସଂପର୍କରେ ଭାରତୀୟ ପାଣିପାଗ ବିଭାଗ -ଆଇଏମ୍‌ଡି କୌଣସି ସୂଚନା ଜାରି କରି ନାହିଁ। ଚଳିତ ମାସରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ସେପ୍ଟେମ୍ବର ୮ ତାରିଖରେ ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଦ୍ୱିତୀୟ ଲଘୁଚାପଟି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ନେଇ କୌଣସି ଆକଳନ କରାଯାଇନି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି। ଦୁର୍ବଳ ଥିବା ମୌସୁମୀ ବାୟୁ ଦୁଇ ଦିନରେ ସକ୍ରିୟ ହେବ। ଏହା ଫଳରେ ଏକ ନିମ୍ନଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ୫ ତାରିଖରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ। ତେବେ ୫ଟି ଜିଲ୍ଲା – ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ । ୬ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାସହ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣ ବର୍ଷା ହେବ।

Comments are closed.