ବ୍ରିଜ ତଳକୁ ଖସିଲା କଂଟେନର, ଡ଼୍ରାଇଭର, ହେଲପର ଗୁରୁତର ଅବସ୍ଥାରେ ଉଦ୍ଧାର

ନବରଙ୍ଗପୁର – ଜୟପୁର-ଉମରକୋଟ ରାସ୍ତାର ଧଡ୍ରା ବ୍ରିଜ୍‌ ତଳକୁ ଏକ କଣ୍ଟେନର ଖସି ପଡ଼ିବାରୁ ଡ୍ରାଇଭର, ହେଲପର ଗୁରୁତର ଆହତ ହୋଇଛନ୍ତି।

ଉତ୍ତର ପ୍ରଦେଶରୁ ଉମରକୋଟ ଆସୁଥିବା ବେଳେ ଦୁର୍ଘଟଣା ଘଟିଥିଲା । କଣ୍ଟେନରରେ ଚାପି ହୋଇ ରହିଥିବା ଡ୍ରାଇଭର ଓ ହେଲପରଙ୍କୁ ଅଗ୍ନିଶମ ବାହିନୀ ଓ ପୋଲିସ ଉଦ୍ଧାର କରିଛନ୍ତି ।

ବାଇକ ଚାଳକକୁ ବଞ୍ଚାଇବାକୁ ଯାଇ ପୋଲ ତଳକୁ ଖସିପଡିଥିଲା କଂଟେନର । ଦୀର୍ଘ ୫ ଘଣ୍ଟାର ଅପରେସନ ପରେ ଚାପି ହୋଇଯାଇଥିବା ଡ୍ରାଇଭର ଓ ହେଲ୍‌ପରଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।

Comments are closed.