ରାଜ୍ୟରେ ଆଉ ୨୨୧ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୨୧ ନୂଆ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ଅଛନ୍ତି ୪୧ ଜଣ ଶିଶୁ-କିଶୋର । ସଙ୍ଗରୋଧରୁ ୧୨୯ ଓ ସ୍ଥାନୀୟ ଅଞ୍ଚଳରୁ ୯୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବାଲେଶ୍ଵରରୁ ୨, ବରଗଡ଼ରୁ ୩, ଭଦ୍ରକରୁ ୨ , ବଲାଙ୍ଗୀରରୁ ୩, କଟକରୁ ୩୧, ଢେଙ୍କାନାଳରୁ ୨, ଦେବଗଡରୁ , ଗଞ୍ଜାମରୁ ୫, ଜଗତସିଂହପୁରରୁ ୫ , ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୪, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୪୮, କୋରାପୁଟରୁ ୫, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୫ , ନୟାଗଡରୁ ୮ , ନୂଆପଡାରୁ ୮, ପୁରୀରୁ ୪ , ରାୟଗଡ଼ାରୁ ୨ , ସମ୍ବଲପୁରରୁ ୨ , ସୋନପୁରରୁ ୩, ସୁନ୍ଦରଗଡ଼ରୁ ୪୯ ଓ ଷ୍ଟେଟ ପୁଲରୁ ୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୭୪୦ ରହିଛି।

Comments are closed.