ଓଡ଼ିଶାର ଈଶ୍ୱର ଚନ୍ଦ୍ର ନାୟକଙ୍କ ସମେତ ୪୬ ଜଣଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର

ନୂଆଦିଲ୍ଲୀ – ଆଜି ଗୁରୁଦିବସରେ ଦିଲ୍ଲୀ ବିଜ୍ଞାନ ଭବନରେ ୨୦୨୨ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯାଇଛି । ୪୬ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଓଡ଼ିଶାରୁ ଈଶ୍ବର ଚନ୍ଦ୍ର ନାୟକ ଏଥର ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପାଇଛନ୍ତି। ସେ ପୁରୀ ନିମାପଡ଼ା କନପୁର ବିଦ୍ୟାଳୟର ସହକାରୀ ଶିକ୍ଷକ ଭାବେ କାର୍ଯ୍ଯରତ। ଅଭିନବ ଢଙ୍ଗରେ ଶିକ୍ଷା ଦେଇ ଛାତ୍ରଛାତ୍ରୀଙ୍କ ପଇଁ ଆଦର୍ଶ ପାଲଟିଛନ୍ତି ଈଶ୍ୱର ।

Comments are closed.