ପଟଣାଗଡ଼ ଅଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତରେ ଦୁଇ ମୃତ

ବଲାଙ୍ଗୀର : ଖପ୍ରାଖୋଲ ବ୍ଲକ ପଡ଼ିଆବାହାଲ ପଞ୍ଚାୟତ ଦେଦର୍ହ ଗାଁରେ ୩୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଉକ୍ତ ଗାଁର କୁମାରୀ ମେହେର (୪୬) ଏବଂ ତାଙ୍କ ନାତି ବବଲୁ ମେହେର (୧୦)। କୁମାରୀ ଏବଂ ତାଙ୍କ ନାତି ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହୋଇ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଏହିସବୁକୁ ଦୃଷ୍ଟିରେ ରଖି ଖପ୍ରାଖୋଲ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର ଡାକ୍ତର ସୁରଜଦୀପ ଦେଦର୍ହ ଗାଁକୁ ଯାଇ କ୍ୟାମ୍ପ୍ କରି ଝାଡାବାନ୍ତି, ରୋଗଗ୍ରସ୍ତ ଥିବା ରୋଗୀଙ୍କୁ ଔଷଧ ଦେଇଥିବା ପଡ଼ିଆବାହାଲ ସରପଞ୍ଚ ପ୍ରକାଶ କରିଛନ୍ତି ।

Comments are closed.