କୁଚିଣ୍ଡାରେ ମେଧା ସମ୍ବର୍ଦ୍ଧନା ସମାରୋହ

ସମ୍ବଲପୁର : କୁଚିଣ୍ଡା ଉପଖଣ୍ଡ ମହକୁମାରେ ମେଧାସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ କୁଚିଣ୍ଡା, ଜମନକିରା ଓ ବାମରା ବ୍ଲକରେ ମ୍ୟାଟ୍ରିକ ଓ +2 ରେ ସର୍ବାଧିକ ନମ୍ବର ରଖିଥିବା 45 ଜଣ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l

କୁଚିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ 5ଟି ସଭା ଗୃହରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ଉପଖଣ୍ଡ ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଥିଲା l ଏଥିରେ ଆଇ. ଟି. ଡି.ଏ ର ପ୍ରକଳ୍ପ ପ୍ରଶାସକ ସୁରେଶ କୁମାର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ର ଭୁୟସୀ ପ୍ରଶଂସା କରିବା ସହ ପ୍ରତି ଛାତ୍ର ଛାତ୍ରୀ ସଫଳତା ଶୀର୍ଷ ରେ ରହି ରାଷ୍ଟ୍ର ର ସେବା କରିବାକୁ ଆହ୍ୱାନ କରିଥିଲେ l ସଭାରେ ଡା. ସତ୍ୟ ପ୍ରକାଶ ଦୋରା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଏପରି କାର୍ଯ୍ୟକ୍ରମ ଏକ ପ୍ରେରଣା ବୋଲି ଅବିହିତ କରିଥିଲେ l ଏଥିରେ ଚଳଚିତ୍ର ନିର୍ଦେଶକ ଡ. ଦିଲୀପ ପାଣି,ଅବସର ପ୍ରାପ୍ତ ରାଜସ୍ବ ଅଧିକାରୀ ଶାନ୍ତନୁ ସାହୁ, ବରିଷ୍ଟ ଶିକ୍ଷାବିତ ପର୍ଶୁରାମ ସାହୁ, ଏଲ୍.ଆଇ.ସି. ର ବରିଷ୍ଟ ଅଧିକାରୀ ଜନ୍ମାଜୟ ନାଏକ, ଏକ୍ସିସ ବ୍ୟାଙ୍କ୍ ମ୍ୟାନେଜର ଆରୋବିନ୍ଦ ପଣ୍ଡା ଓ ଏଚ୍ .ଡି. ଏଫ .ସି. ବ୍ୟାଙ୍କ୍ ର ଅଧିକାରୀ ବିନୟ କୁମାର ଗୁପ୍ତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ l ସଭାରେ ପୂର୍ବତନ ବାମରା ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ଅଭିଯାନ ର ଉପଦେଷ୍ଟା ସ୍ବର୍ଗତ ଅଶୋକ ନାଏକ ଙ୍କ ଉଦ୍ଧେଶ୍ୟ ଏ ଶିକ୍ଷା କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ କାମ ପାଇଁ ତାଙ୍କ ପରିବାର ସଦସ୍ୟଙ୍କୁ ମାନ ପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ମରଣୋତ୍ତର ସମ୍ମାନ ଦିଆଯାଇ ଥିଲା l ସେହିପରି କୁଚିଣ୍ଡା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ତଥା ଅଭିଯାନ ର ଉପଦେଷ୍ଠା ମେଜର ଡ.ବସନ୍ତ ପଟେଲ ଙ୍କୁ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା l

ଗତ ମ୍ୟାଟ୍ରିକ ପରୀକ୍ଷା ରେ ପ୍ରତି ବ୍ଲକର ଶ୍ରେଷ୍ଠ ଦଶ ଜଣ ଲେଖାଏଁ ଏବଂ ଅଞ୍ଚଳ ବାହାରେ ବା ଇଁରାଜୀ ବିଦ୍ୟାଳୟ ରେ ପଢି ଅଧିକ ନମ୍ବର ଆଣିଥିବା ସର୍ବମୋଟ 33ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ସେହିପରି ଉପଖଣ୍ଡ ରେ +2 ର କଳା, ବାଣିଜ୍ୟ ଓ ବିଜ୍ଞାନ ରେ ଶ୍ରେଷ୍ଠ ତିନି ଜଣ ଲେଖାଏଁ ଏବଂ ଅଞ୍ଚଳ ବାହାରେ ପଢ଼ୁଥିବା ଶ୍ରେଷ୍ଠ 3 ଜଣ (ମୋଟ 12) କୃତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ଉପଖଣ୍ଡ ର ଅଧିବାସୀ ହୋଇ ଇଁରାଜୀ ମାଧ୍ୟମ ବା ବାହାରେ ପଢ଼ୁଥିବା ମ୍ୟାଟ୍ରିକ ଓ ବିଜ୍ଞାନ ଶ୍ରେଷ୍ଠ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା l

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆବାହକ ପ୍ରଭାତ ବେହେରା ଅଭିଯାନ ସଦସ୍ୟ ଙ୍କ ପୃଷ୍ଠପୋଷକତା ରେ 19 ବର୍ଷ ଧରି ଚାଲିଥିବା ଏହି ଗଣସଙ୍ଗଠନ ପ୍ରତିବର୍ଷ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରୁଥିବା ପ୍ରକାଶ କରିଥିଲେ l ସଭାକୁ ବ୍ଲକ ସଭାପତି ତଥା ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ନାଏକ ପରିଚାଳନା କରିଥିଲେ l ଅଧ୍ୟାପକ ଦେବେନ୍ଦ୍ର ନାଏକ ଅଭିଯାନର ବିବରଣୀ ପାଠ କରିଥିଲେ l ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ୟପତି ନନ୍ଦ ସ୍ୱାଗତ ବକ୍ତବ୍ୟ ଓ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ l ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଅଧ୍ୟାପକ ସତ୍ୟନାରାୟଣ ପଟେଲ ଓ ବରିଷ୍ଠ ଶିକ୍ଷକ ପ୍ରମୋଦ ଚୌଧୁରୀ ପରିଚାଳନା କରିଥିଲେ l ସଭା ପ୍ରାରମ୍ଭରେ ପୂର୍ବଜ ସ୍ମୃତି, ବିଶିଷ୍ଟ ବ୍ୟକ୍ତି, ସମାଜ ସେବକଙ୍କ ବିୟୋଗ ରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l କାର୍ଯ୍ୟକ୍ରମ କୁ ଅବସର ପ୍ରଧାନ ଶିକ୍ଷକ ଡ.ବିହାରିଲାଲ ପଟେଲ, ପ୍ରଫୁଲ୍ଲ ସାହୁ, ସୁଗତ ପଟେଲ, ଉପଦେଷ୍ଟା ରତନଲାଲ ସିଂ, ସନ୍ତୋଷ ପଟେଲ, ବରିଷ୍ଠ ଶିକ୍ଷୟିତ୍ରୀ ଉପମା ପଟେଲ, ରମାକାନ୍ତ ମହାକୁଳ,ପ୍ରବୀଣ ବେହେରା, ଅତୁଲ ଅଗ୍ରୱାଲ,, ସୁଧିର ପଟେଲ, କଲ୍ୟାଣୀ ପଟେଲ, ତୁଳସୀ ବହିଦାର,ରବୀନ୍ଦ୍ର ଦାସ, ରଜନୀ ପଟେଲ, ରମେଶ କିସାନ, ବେଣୁଧର ଶେଉଳ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ଶତାଧିକ ଶିକ୍ଷାବିତ, ଅବିଭାବକ ସମେତ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ l

Comments are closed.