ରାଜ୍ୟରେ ଆଉ ୨୩୧ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୩୧ ନୂଆ କୋରୋନା ପଜିଟିଭ । ଏମାନଙ୍କ ମଧ୍ୟରେ ୩୭ ଜଣ ୧୮ ବର୍ଷରୁ କମ ବୟସ୍କ । ସଙ୍ଗରୋଧରୁ ୧୩୬ ଓ ସ୍ଥାନୀୟ ଅଞ୍ଚଳରୁ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବରଗଡ଼ରୁ ୩ , ଭଦ୍ରକରୁ ୩ , ବଲାଙ୍ଗିରରୁ ୫, ବୈ।ଦ୍ଧରୁ ୫ , କଟକରୁ ୨୭, ଦେବଗଡ଼ରୁ ୨, ଗଜପତିରୁ ୧, ଗଞ୍ଜାମରୁ ୨, ଜଗତସିଂହପୁରରୁ ୭, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୯, କନ୍ଧମାଳରୁ ୧, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୬୮ , କୋରାପୁଟରୁ ୨ , ମୟୂରଭଞ୍ଜରୁ ୧, ନବରଙ୍ଗପୁରରୁ ୧୪ , ନୟାଗଡ଼ରୁ ୧୬ , ନୂଆପଡ଼ାରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୭, ସୋନପୁରରୁ ୧ , ସୁନ୍ଦରଗଡ଼ରୁ ୨୧ ଓ ଷ୍ଟେଟ ପୁଲରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଏବେ ସକ୍ରିୟ ମାମଲା ୧ ହଜାର ୫୭୮ ରହିଛି।

Comments are closed.