ବରଗଡ଼ରେ ଜିଲ୍ଲାସ୍ତରୀୟ ସଂସ୍କୃତ ମହୋତ୍ସବ

ବରଗଡ଼: ସଂସ୍କୃତ ଭାଷା ହେଉଛି ସର୍ବ ପୁରାତନ ଭାଷା ଏହି ଭାଷା ଦେଶର ପ୍ରଗତି ଓ ଅଖଣ୍ଡତା ଓ ଏକତା ରକ୍ଷାରେ ଗୁରୁତ୍ୱପୂର୍ଣ ଭୁମିକା ବହନ କରେ । ସଂସ୍କୃତି ରକ୍ଷା ପାଇଁ ସଂସ୍କୃତ ଭାଷାର ଆବଶ୍ୟକତା ରହିଥିବା ବେଳେ ଏହି ଭାଷା କୌଣସି ଜାତି ସମ୍ପ୍ରଦାୟରେ ସୀମିତ ରହିନାହିଁ ଏହି ଭାଷା ସର୍ଵ ଜନାଦୃତ ଓ ସ୍ୱୀକୃତ ହୋଇ ସାରିଛି ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଉଲ୍ଲେଖ କରିଥିଲେ ।

ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ଯୁଗ୍ମ ସମ୍ପାଦକ ଗୋପବନ୍ଧୁ ପୁରୋହିତଙ୍କ ସଂଯୋଜନା ଓ ଜିଲ୍ଲା ସଭାପତି ସୁରେଶ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଛପ ସମ୍ମାନୀତ ଅତିଥି ଭାବେ ସଦାଶିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୁରୀର ଆସୋସିଏଟ ଫ୍ରଫେସର ଭଗବାନ ସାମନ୍ତ ରାୟ ,ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗ ମୁଖ୍ୟ ଡ. ସୁନେଲି ଦେଇ, ଯୁବ ସଂଗଠକ ବିଭୀଷଣ ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଯୋଗ ଦେଇଥିବା ବେଳେ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଡ. କୁମାର ଚନ୍ଦ୍ର ମିଶ୍ର ଯୋଗଦେଇ ରାଜ୍ୟ ସ୍ତରରେ ସଂସ୍କୃତ ଶିକ୍ଷା ଓ ବ୍ୟବସ୍ଥାର ସ୍ଥିତି ଉପରେ ଆଲୋକପାତ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ଡ. ମନୋଜ କୁମାର ସାହୁ ଭାର୍ଗବ ନାଏକ ଯୋଗ ଦେଇ ସଂସ୍କୃତର ଉପାଦେୟତା ଉପରେ ଆଲୋକପାତ କରିଥିଲେ ।

ପଶ୍ଚିମ ସଂଭାଗ ସମ୍ପାଦକ ବୃନ୍ଦାବନ ଠେଠୁଆର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଏହି ଅବସରରେ ଅବସର ଗ୍ରହଣ କରିଥିବା ୧୬ ଜଣ ସଂସ୍କୃତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୪୦ ଜଣ ନୂତନ ଯୋଗଦାନ କରିଥିବା ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଶ୍ଚିମାଞ୍ଚଳର ନୂଆପଡାରୁ ଉମେଶ ବାରିକ ସୋନପୁରରୁ ଶୁଶୀଳ ବିଶି ,ଝାରସୁଗୁଡାରୁ ବିଜୟ ତ୍ରିପାଠୀ ସମ୍ବଲପୁର ରୁ ଦେବରାଜ ରଥ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୃତ୍ୟ ଗୁରୁ ରାଜେଶ ବାରିକ ଓ ସଙ୍ଗୀତ ନର୍ଦେଶକ ଗୋପାଳ ପ୍ରସାଦ ମିଶ୍ର ପରିତୋଷ ବେହେରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ଅଶୋକ ସାହୁ ଉପସଭାପତି ସୁଧୀର ରଥ, ଦୟା ସାଗର ସାହୁ, ଗୋବର୍ଦ୍ଧନ ସାହୁ ପ୍ରତାପ ପ୍ରଧାନ, ପ୍ରଶାନ୍ତ ଭୋଇ, ଲିଙ୍ଗରାଜ ସାହୁ, ଲିଙ୍ଗରାଜ ଭୋଇ, ସନ୍ତୋଷ ସାହୁ, ଧୋବା ସାହୁ, କିରଣ ବିଶ୍ୱାଳ, କଳ୍ପନା ସାହୁ, ରାସେଶ୍ୱରୀ ସେଟଙ୍କ ସମେତ ସଂଘ ର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Comments are closed.