ଶାରଦୀୟ ଦୁର୍ଗାପୂଜା ପାଇଁ ଲଗ୍ନ ନିର୍ଦ୍ଧାରଣ : ଅକ୍ଟୋବର ୨ ରେ ଭାଇ ଜିଉଁତିଆ

ବରଗଡ଼ : ପଶ୍ଚିମୋତ୍କଳ କର୍ମକାଣ୍ଡିୟ ସମିତି ତରଫରୁ ଆଗାମୀ ଶାରଦୀୟ ଦୁର୍ଗାପୂଜା ପାଇଁ ଲଗ୍ନ ନିର୍ଦ୍ଧାରିତ ହୋଇଯାଇଛି । ଆଗାମୀ ଅକ୍ଟୋବର ୧ ତାରିଖ ଆଶ୍ୱିନ ଶୁକ୍ଳ ଷଷ୍ଠୀରେ ସାୟଂ କାଳଳେ ବିଲ୍ୱାଧିବାସ , କଳସ ଆବାହନ ଏବଂ ନବ ପତ୍ରିକା ପ୍ରବେଶ ପାଇଁ ଶୁଭ ଲଗ୍ନ ନିର୍ଦ୍ଧାରିତ ହୋଇଥିଲା । ସେହିପରି ଅକ୍ଟୋବର ୨ ତାରିଖ ପ୍ରାତଃ ସମୟେ ସପ୍ତମୀ ବିହିତ ପୂଜା ଅନୁଷ୍ଠିତ ହେବ । ଉକ୍ତ ଦିନ ମହାଷ୍ଟମୀ ବ୍ରତ ସହ ଭାଇ ଜିଉଁତିଆ ଓଷା ହେବ ବୋଲି ପଣ୍ଡିତମାନଙ୍କ ଦ୍ୱାରା ଲଗ୍ନ ନିର୍ଦ୍ଧାରିତ ହୋଇଛି । ଅକ୍ଟୋବର ୩ ତାରିଖ ପ୍ରାତଃ ସମୟେ ମହାଷ୍ଟମୀ ବିହିତ ପୂଜାରମ୍ଭ , ସନ୍ଧିପୂଜା  ଦିବା ୪.୧୪ ରୁ ଆରମ୍ଭ ହେବ ।

ସେହିପରି ୪ ତାରିଖ ମହାନବମୀ ଏବଂ ୫ ତାରିଖ ମୃଣ୍ମୟୀ ଦେବୀଙ୍କ ଦଶହରା, ଅପରାଜିତା ପୂଜା , ଦିବା ୧୧ ଟା ୩୦ ମିନିଟ ମଧ୍ୟେ ଘଟ ବିସର୍ଜନ ନେଇ ଲଗ୍ନ ନିର୍ଦ୍ଧାରିତ ହୋଇଛି । ସେହିପରି ଚଳିତ ମାସ ସେପଟେମ୍ବର ୧୭ ତାରିଖରେ ପୁଅ ଜିଉଁତିଆ ଓଷା ପାଳିତ ହେବ ବୋଲି ସୂଚନା ଦିଆଯାଇଥିଲା ।  ବରଗଡ଼ ରାମଜୀ ମନ୍ଦିର ପ୍ରାଙ୍ଗଣରେ ସମିତିର ସଭାପତି ପଣ୍ଡିତ କୁଳମଣୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ  କାର୍ଯ୍ୟକାରିଣୀ ବୈଠକରେ ଲଗ୍ନ ନିର୍ଦ୍ଧାରିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମିତିର ସଂପାଦକ ପଣ୍ଡିତ ଶୁଭ୍ରାଂଶୁ ଶେଖର ମିଶ୍ର , ଉପସଭାପତି କୈଲାଶ ଚନ୍ଦ୍ର ପଣ୍ଡାଙ୍କ ସମେତ ପଣ୍ଡିତ ନିଗମାନନ୍ଦ ମିଶ୍ର , ପଣ୍ଡିତ ଜୟଦେବ ପଣ୍ଡା, ରଘୁନନ୍ଦନ ବିର୍ତ୍ତିଆ , ଜୟକୁମାର ଦାଶ, ରାଜେଶ କୁମାର ମିଶ୍ର, ଭରତ ଷଡଙ୍ଗୀ, କିଶୋର ଚନ୍ଦ୍ର ଦାଶ, ଆଶିଷ ତ୍ରିପାଠୀ, ହେମାନନ୍ଦ ପଣ୍ଡା, ସୌରଭ ପାଣିଗ୍ରାହୀ, ଉପେନ୍ଦ୍ର ଦେବତା , ବାବୁଲାଲ ପାଣ୍ଡିଆଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ରାମଜୀ ମନ୍ଦିର ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟମାନେ ସହଯୋଗ କରିଥିଲେ ।

Comments are closed.