ଏମକେସିଜି ସୁପର ସ୍ପେଶାଲିଷ୍ଟ ବ୍ଲକର ପଞ୍ଚମ ମହଲାରେ ପୁଣି ଅଘଟଣ

ବ୍ରହ୍ମପୁର – ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ପୁଣି ଭୁଲ କାରଣ ଯୋଗୁଁ ଚର୍ଚ୍ଚାରେ । ଏମକେସିଜି ମେଡିକାଲରେ ଆଜି ପୁଣି ଏକ ଅଘଟଣ ଘଟିଛି। ସୁପର ସ୍ପେଶାଲିଷ୍ଟ ବ୍ଳକର ପଞ୍ଚମ ମହଲାରେ ପୁଣି ଅଘଟଣ। ପଞ୍ଚମ ମହଲାର ସିଲିଂ ଖସିପଡ଼ିଥିବା ସୂଚନା ମିଳିଛି । ପୂର୍ବରୁ ଏହି ୱାର୍ଡର ୟୁରୋଲୋଜି ୱାର୍ଡରେ ଅଗ୍ନିକାଣ୍ଡ ଘଟିଥିଲା। ଏବେ ପୁଣି ଥରେ ସିଲିଂ ଖସିବାରୁ ମେଡିକାଲର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏହି ସିଲିଂ ଖସିବା ଫଳରେ କିଛି ଅଘଟଣ ହୋଇନାହିଁ । ସେହି ସ୍ଥାନରେ କେହି ରୋଗୀ କି ତାଙ୍କ ସମ୍ପର୍କୀୟ ନଥିବାରୁ କାହାର କିଛି କ୍ଷତି ହୋଇନାହିଁ । କିଛିଦିନ ପୂର୍ବରୁ ଏହି ମେଡିକାଲର ଚତୁର୍ଥ ମହଲାରେ ମଧ୍ୟ ସିଲିଂ ଖସିଥିଲା। କେବଳ ଏତିକି ନୁହେଁ ଚତୁର୍ଥ ମହଲାରେ ପୂର୍ବରୁ ଅଗ୍ନିକାଣ୍ଡ ମଧ୍ୟ ଘଟିଥିଲା।

Comments are closed.